ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାସ୍ଥ୍ୟ ପାଇଁ ସେଓ ବେଶ୍‌ ଲାଭଦାୟକ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ର ପାଇଁ ବେଶ୍‌ ଭଲ। ହାର୍ଟ ଜନିତ ସମସ୍ୟାଠାରୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ସେଓ ଅତ୍ୟନ୍ତ ଲାଭଦାୟକ।

ସେଓ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଶରୀରରୁ କୋଲେଷ୍ଟ୍ରଲ୍‌ କମ୍‌ କରିଥାଏ।

ସେଓ ଖାଇବା ଦ୍ୱାରା ଟାଇପ୍‌-୨ ଡାଇବେଟିସ୍‌ର ଆଶଙ୍କା ଦୂର ହୋଇଥାଏ।

ପ୍ରୋଟିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ସେଓ ପ୍ରତିଦିନ ଖାଇଲେ ତ୍ୱଚା ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ପ୍ରତିଦିନ ଖାଦ୍ୟରେ ସେଓ ସାମିଲ କଲେ ଦାନ୍ତ ସୁସ୍ଥ ରହିଥାଏ।

ହୃଦୟ ସହ ଜଡ଼ିତ ସମସ୍ୟାକୁ କମ୍‌ କରିଥାଏ ସେଓ।

ପ୍ରାୟ ଲୋକଙ୍କୁ ମୋଟାପଣ ଯୋଗୁଁ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ସମସ୍ୟା ଦେଖାଦିଏ। ଏହି ସବୁ ସମସ୍ୟା ପାଇଁ ନିଜ ଦୈନନ୍ଦିନ ଖାଦ୍ୟରେ ସେଓ ସାମିଲ କରିବା ଉଚିତ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ସେଓ।

ଶରୀରରେ ଶକ୍ତି ବୃଦ୍ଧି କରିଥାଏ ସେଓ। ବ୍ୟାୟାମ କରିବା ପୂର୍ବରୁ ଗୋଟେ ସେଓ ଖାଇଲେ ଆପଣଙ୍କୁ ଫୂର୍ତ୍ତି ଓ ସତେଜ ଲାଗିଥାଏ।

LEAVE A REPLY

Please enter your comment!
Please enter your name here