ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାରଠୁ ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କଡ଼ାକଡ଼ି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏଥର ରାଜ୍ୟରେ ମୋଟ ୨ ହଜାର ୮୮୮ ଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ। ଏଥର ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଏକ୍ସାମିନେସନ ଅବଜରଭର। ଏକ୍ସାମିନେସନ ଅବଜରଭଙ୍କ ଉପସ୍ଥିତିରେ ପରୀକ୍ଷା ହଲ୍‌ରେ ଖୋଲିବ ପ୍ରଶ୍ନପତ୍ର ପ୍ୟାକେଟ। ପ୍ରଶ୍ନପତ୍ର ଖୋଲିବା ବେଳେ ୨ ଜଣ ପରୀକ୍ଷାର୍ଥୀଙ୍କ ଦସ୍ତଖତ ରହିବ।

ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ମଧ୍ୟ ଲଗାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ ୧ ହଜାର ପରୀକ୍ଷା କେନ୍ଦ୍ରରେ ସି ସି ଟିଭି ଲଗା ସରିଛି । ପରୀକ୍ଷା ସେଣ୍ଟର ଭିତରକୁ ମୋବାଇଲ ଫୋନ ମନା କରାଯାଇଛି। ଏମିତିକି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ଫୋନ ବ୍ୟବହାର କରିପାରିବେ ନାହିଁ। ମାଟ୍ରିକ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ।

Comment