ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରେମ, ପରକୀୟା ପ୍ରୀତି ଓ ପରେ ସମ୍ପର୍କକୁ ଲୁଚାଇବାକୁ ଯାଇ ହତ୍ୟାକାଣ୍ଡ। କଂଗ୍ରେସର ପୂର୍ବତନ ବିଧାୟକ ତଥା ବିଜେଡିର ନେତା ଅନୁପ ସାଏ କରିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ ‘ମାୟାବିନୀ… ଏକ କଳ୍ପନା’।

ଅନୁପ ସାଏ କିଭଳି ଷଡ଼ଯନ୍ତ୍ର କରିଥିଲେ ଓ ପରେ ହତ୍ୟାକାଣ୍ଡ ରଚିଥିଲେ ତାହାକୁ ପରଦାରେ ଦେଖିପାରିବେ ଦର୍ଶକ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସବିନୟ। ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶ୍ରୀଧର ମାର୍ଥା।

ଶ୍ରୀଧର ମାର୍ଥା ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଫିଲ୍ମ ନିର୍ମାଣ କରିଥିଲେ।

୨୦୧୬ ମସିହା କଳ୍ପନା ଦାସ ଓ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ଝାରସୁଗୁଡ଼ାରୁ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଜେରା ପରେ ସବୁ କଥା ସାମ୍ନାକୁ ଆସିଥିଲା। ଅନୁପ ସାଏ ନିଜେ କଳ୍ପନା ଓ ତାଙ୍କ ଝିଅକୁ ପିଟିପିଟି ମାରିବା ସହ ଗାଡ଼ି ଚଢ଼ାଇ ଦେଇଥିଲେ। ୨୦୦୫ ମସିହାରେ କଳ୍ପନାଙ୍କ ଛାଡ଼ପତ୍ର ହେବା ପରେ ଅନୁପଙ୍କ ସହ କଳ୍ପନାଙ୍କ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ଭୁବନେଶ୍ଵରରେ ଏକାଠି ରହିଥିଲେ। ପରେ କଳ୍ପନା ବିବାହ ପାଇଁ ଜିଦ୍‌ ଧରିଥିଲେ। ଯେଉଥିପାଇଁ ଚିନ୍ତାରେ ପଡ଼ିଯାଇଥିଲେ ଅନୁପ। କଳ୍ପନାକୁ ସବୁ ଦିନରୁ ରାସ୍ତାରୁ ହଟାଇବା ପାଇଁ କରିଥିଲେ ଷଡ଼ଯନ୍ତ୍ର।

ଏହି ଷଡ଼ଯନ୍ତ୍ର ଓ ଅନୁପ ସାଏଙ୍କ ଚରିତ୍ରକୁ ନେଇ ନିର୍ମାଣ ହେବ ଫିଲ୍ମ ମାୟାବିନୀ।

Comment