ଓଡ଼ିଶାଲାଇଭ ବ୍ୟୁରୋ

ଅଭିନେତା ତଥା ପୂର୍ବତନ ଟିଏମସି ସାଂସଦ ତାପସ ପାଲଙ୍କ ପରଲୋକ ଘଟିଛି। ୬୧ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକିଛି ଦିନ ହେବ ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହେଉଥିଲେ। ସୋମବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

୨୦୧୪ ସାଧାରଣ ନିର୍ବାଚନରେ ତାପସ ଟିଏମସିରୁ ସାଂସଦ ହୋଇଥିଲେ। ସେ ତାଙ୍କ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ଫିଲ୍ମରେ କାମ କରିଛନ୍ତି। ବଙ୍ଗଳା ଓ ହିନ୍ଦୀ ଫିଲ୍ମରେ ବେଶ୍‌ ଜଣାଶୁଣା ଚେହୋରା ଥିଲେ ତାପସ ପାଲ୍‌।

ତାଙ୍କର ବଙ୍ଗଳା ଫିଲ୍ମ ମଧ୍ୟରେ ସାହେବ, ପର୍ବତ ପ୍ରିୟା, ଅନୁରାଗେର୍‌ ଚୟନ ରହିଛି। ଫିଲ୍ମ ଆବୋଧରୁ ସେ ବଲିଉଡ ଡେବ୍ୟୁ କରିଥିଲେ।

୨୦୧୬ରେ ଚିଟଫଣ୍ଡ କେଳାଙ୍କାରୀ ମାମଲାରେ ସେ ଗିରଫ ହୋଇଥିଲେ। ଏଥିପାଇଁ ତାଙ୍କୁ ୧୩ ମାସ ଜେଲରେ ରହିଥିଲେ। ଏହାପରଠୁ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ତାପସ ୧୯୫୮,ସେପ୍ଟେମ୍ବର ୧୩ରେ କୋଲକାତାରେ ଜନ୍ମ ହୋଇଥିଲେ।

Comment