ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା। ୨ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ରେ ସରିବ। ଏଥର ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ବୁକ୍‌ଲେଟ୍‌କୁ ଘରକୁ ଆଣିପାରିବେ ନାହିଁ।

ଚଳିତବର୍ଷ ମୋଟ୍‌ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହଜାରଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏଥିସହ ପରୀକ୍ଷା କେନ୍ଦ୍ରରେ କେବଳ ସୁପରିଂଟେଣ୍ଡଟଙ୍କ ବ୍ୟତୀତ ଆଉ କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଏପରିକି ହଲକୁ ଯିବାବେଳେ ସୁପରିଂଟେଣ୍ଡଟ ମଧ୍ୟ ମୋବାଇଲ ନେଇ ପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ତିନି ସ୍ତରରେ ସିଲ୍ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଗୋଟିଏ କଭର ଖୋଲିବା ପରେ ପରୀକ୍ଷା ହଲରେ ପ୍ୟାକେଟର ଦ୍ୱିତୀୟ କଭର ଖୋଲିବେ ଇନ୍‌ଭିଜଲେଟର।

Comment