ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ ଭୟରେ ଜାପାନର ୟୋକହମା ବନ୍ଦରରେ ଅଟକିଥିବା ଜାହାଜରେ ଜଣେ ଓଡ଼ିଆ ଇଞ୍ଜିନିୟର ଫସି ରହିଥିବା ସୂଚନା ମିଳିଛି। ଇଞ୍ଜିନୟର ଜଣକ ହେଲେ ବ୍ରହ୍ମପୁରର ଶିବାଶିଷ ନାୟକ। ଗତ ୧୪ ଦିନ ହେଲା ସେ ଏହି ଜାହାଜରେ ଫସି ରହିଛନ୍ତି। ଶିବାଶିଷଙ୍କ ନମୁନା ନେଗେଟିଭ୍‌ ଆସିଥିଲେ ବି ତାଙ୍କୁ ଜାହାଜରୁ ଛଡ଼ା ଯାଉନାହିଁ।

କୋରୋନା ଆକ୍ରାନ୍ତ ସନ୍ଦେହରେ ପ୍ରାୟ ୩ ହଜାର ୮ ଶହ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୬୦ ଜଣ ଭାରତୀୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଜାହାଜରେ ଥବା ଯାତ୍ରୀଙ୍କ ମଧ୍ୟରୁ ୧୭୪ ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଛନ୍ତି।

ଇଞ୍ଜିନିୟର ଶିବାଶିଷ ଦିଲ୍ଲୀରେ ଚାକିରି କରୁଥିଲେ। କିଛି ଦିନ ସେ ତାଙ୍କ କମ୍ପାନି କାମରେ ଜାପାନ ଯାଇଥିଲେ। ଜାପାନରେ କୋରୋନା ସନ୍ଦେହରେ ଫସି ରହିଛନ୍ତି।

LEAVE A REPLY

Please enter your comment!
Please enter your name here