ଓଡ଼ିଶାଲାଇଭ୍‌ ବ୍ୟୁରୋSamir Dash

ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ ଫଳରେ ଛାତ୍ରଛାତ୍ରା ବାହାରେ ବସି ପାଠ ପଢ଼ୁଛନ୍ତି। ବୁଧବାର ବିଧାନସଭାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୧୧୫ଟି ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନାହିଁ। ୩୦୫ଟି ସ୍କୁଲରେ ୧୦ ଜଣରୁ କମ୍‌ ପିଲା ପଢ଼ୁଛନ୍ତି। ୧୦୪୮ଟି ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ। ୨୮ଟି ସ୍କୁଲରେ କମ୍ପ୍ୟୁଟର ଥାଇବି ବିଦ୍ୟୁତ ନାହିଁ।

ସେହିପରି ୨୬୧୦ଟି ପ୍ରାଥମିକ ବିଦ୍ୟାଳୟରେ ପାଠାଗାରା ନାହିଁ। ୪୭୦ଟି ସ୍କୁଲରେ ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment