ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପୋଲିସ ବିଭାଗ ଆଇଜି ପାହ୍ୟାରେ କାର୍ଯ୍ୟରତ ଏନ୍‌ ବି ଭାରତୀଙ୍କ ଅଫିସ୍‌ ଆଗରେ ଲଟ୍‌କା ଝୁଲୁଛି। ଭାରତୀୟ ଗୃହ ବିଭାଗର ନୋଟିସ୍‌ ଗ୍ରହଣ ନକରିବା ଏବଂ ସେହି ନୋଟିସ ତାଙ୍କୁ  କୌଣସି ସ୍ଥାନରେ ବି ଦିଆଯାଇ ନପାରିବା କାରଣରୁ କଟକ ବକ୍ସି ବଜାରସ୍ଥିତ ପୋଲିସ୍‌ ମୁଖ୍ୟାଳୟରେ ଥିବା ତାଙ୍କ ଅଫିସ ସାମ୍ନାରେ ଲଟକା ଝୁଲାଇ ଦିଆଯାଇଛି।

ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନୋଟିସରେ ଲେଖାଯାଇଛି। ଏନ ବି ଭାରତୀ ପୋଲିସ ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି)ର ଆଇଜି ଭାବେ ଅବସ୍ଥାପିତ ଅଛନ୍ତି।

ଭାରତୀଙ୍କ ବିରୋଧରେ ୨୦୧୭ରେ ବିଶୃଙ୍ଖଳିତ ଆଚରଣକୁ ନେଇ ରହିଥିବା ଅଭିଯୋଗ ସଂପର୍କରେ ତାଙ୍କୁ ଅବଗତ କରାଯିବା ସହିତ ଲିଖିତ ଜବାବ ‌ଦାଖଲ ପାଇଁ ଏକ ମାସ ସମୟ ଦିଆଯାଇଥିଲା। କିନ୍ତୁ ସେ ଜବାବ ଦାଖଲ କରି ନଥିବା ବେଳେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବାକୁ ମଧ୍ୟ ଆଉ ଏକ ସପ୍ତାହ ସମୟ ଦିଆଯାଇଥିଲା। ସେତେବେଳେ ଭାରତୀ ଡିଆଇଜି ପାହ୍ୟାରେ କାର୍ଯ୍ୟ କରୁଥିଲେ। ଅଭିଯୋଗର ତଦନ୍ତ ଦାୟିତ୍ୱ ତତକାଳୀନ ପୋଲିସ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ରଙ୍କୁ ଦିଆଯାଇଥିଲା। ଭାରତୀ ନିଜ ପକ୍ଷରୁ କୌଣସି ଜବାବ ରଖିନଥିଲେ।

Comment