ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନ ସଂଗ୍ରହକୁ ନେଇ ଆଜି ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଉଦ୍‌ବେଗ ପରେ ବାଚସ୍ପତି ବିଧାୟକ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଗୃହରେ ଧାନ ସଂଗ୍ରହ ରିପୋର୍ଟ ଉପସ୍ଥାପନ କରିବାକୁ ରୁଲିଂ ଦେଇଥିଲେ।

ଏହାପରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖିଥିଲେ ଯେ, ଗତବର୍ଷ ସମଗ୍ର ରାଜ୍ୟରେ ୭ ଲକ୍ଷ ୭୭ ହଜାର ୫୦୬ ଜଣ ଚାଷୀ ବିନା ଟୋକନ୍‌ରେ ଧାନ ବିକ୍ରି କରିଥିଲେ। ଚଳିତବର୍ଷ ଟୋକନ୍‌ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ୮ ଲକ୍ଷ ୧୩ ହଜାର ୭୩୬ ଜଣ ଚାଷୀଙ୍କୁ ଟୋକନ୍‌ ବ୍ୟବସ୍ଥା ଦ୍ୱାରା ଯୋଡ଼ାଯାଇ ଅଧିକ ଚାଷୀଙ୍କ ପାଖରେ ପହଞ୍ଚିଛି ବିଭାଗ। ଆଗାମୀ ଏକ ମାସ ଯାଏଁ ଏହି ବ୍ୟବସ୍ଥା ଲାଗୁ ହେବ।

Comment