ଓଡ଼ିଶାଲାଇଭ୍‌ ବ୍ୟୁରୋram mandir bjp issue

ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ହେବା ପରେ ଆଜି ଟ୍ରଷ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଦିଲ୍ଲୀରେ ବସିବାକୁ ଥିବା ଏହି ବୈଠକରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା ହୋଇପାରେ।

ଏହା ବ୍ୟତୀତ ରାମମନ୍ଦିର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ବୈଠକରେ ମନ୍ଦିର ନକ୍ସା ଓ ମନ୍ଦିର ନିର୍ମାଣ ପାଇଁ ଟଙ୍କା ସଂଗ୍ରହ ପାଇଁ ଯୋଜନା କରାଯିବ। ବୈଠକରେ ମନ୍ଦିର ନିର୍ମାଣ ଆରମ୍ଭର ଶୁଭ ମୁହୂର୍ତ୍ତ, ମନ୍ଦିର ନିର୍ମାଣ କାମ କେଉଁ କମ୍ପାନିକୁ ଦିଆଯିବ ସ୍ଥିର ହେବ।

କିଛିଦିନ ତଳେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ଟ୍ରଷ୍ଟ ଗଠନ ନେଇ ଘୋଷଣା କରିଥିଲେ। ଟ୍ରଷ୍ଟ ଗଠନ ହେବାପରେ ମନ୍ଦିର ନିର୍ମାଣକୁ ଅପେକ୍ଷା କରିଛନ୍ତି ଦେଶବାସୀ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment