ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଯଦି ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହନ୍ତି, ତେବେ ନୋ ଓ୍ୱାର୍କ ନୋ ପେ ନିୟମ ଲାଗୁ ହେବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚ ଶିକ୍ଷା ବିଭାଗଗ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କେବଳ ଉକ୍ତ କଲେଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଥିଲେ ହିଁ ଅଧ୍ୟାପକ ଛୁଟି ନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ ଅଛି।

ଚିଠିରେ ଉଲ୍ଲେଖ ଅଛି ଯେ, ଅଧ୍ୟାପକମାନେ ଛୁଟି ନେଇ ରାଲି ବା ଆନ୍ଦୋଳନରେ ଭାଗ ନେଇ ପାରିବେ ନାହିଁ। ସେହିପରି କାର୍ଯ୍ୟରେ ଯୋଗ ନ ଦେଇ ଆନ୍ଦୋଳନରେ ସାମିଲ ହେଲେ ‘ନୋ ଓ୍ୱାର୍କ ନୋ ପେ’ ନିୟମ ଲାଗୁ ହେବ।

କୌଣସି ଅଧ୍ୟାପକ ଯେପରି ଛୁଟି ନେଇ ଆନ୍ଦୋଳନରେ ସାମିଲ ହେଉ ନ ଥିବେ ସେନେଇ ଅଧ୍ୟକ୍ଷ ସୁନିଶ୍ଚିତ କରିବେ। ଆନ୍ଦୋଳନରେ ସାମିଲ ପାଇଁ ଅଧ୍ୟକ୍ଷ ଛୁଟି ଦେଇଥିଲେ, ଅଧ୍ୟକ୍ଷ ଦାୟୀ ରହିବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି।

Comment