ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କ୍ରିତି ସନନ ତାଙ୍କ ଆଗାମୀ ଫିଲ୍ମ ‘ମିମି’ରେ ସରୋଗେଟ ମଦର ଭାବେ ନଜର ଆସିବେ। ଫିଲ୍ମ ପାଇଁ କ୍ରିତି କଡ଼ା ପରିଶ୍ରମ ମଧ୍ୟ କରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିତି ଏହି ଫିଲ୍ମ ପାଇଁ ନିଜର ୧୫ କେଜି ଓଜନ ବଢ଼ାଇଛନ୍ତି।

ସୁଟିଂ ସେଟରୁ ଏବେ କ୍ରିତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କ୍ରିତି ଜଣେ ଗର୍ଭବତୀ ମହିଳା ଭାବେ ନଜର ଆସିଛନ୍ତି। ଏହି ଫିଲ୍ମ ଏକ ମରାଠୀ ଫିଲ୍ମର ରିମେକ ବୋଲି ଜଣାଡ଼ିଛି। ଜଣେ ସରୋଗେଟ୍‌ ମଦରଙ୍କ ଜୀବନକୁ ନେଇ ଫିଲ୍ମର କାହାଣୀ ଆଧାରିତ ହୋଇଛି।

ଏଥିରେ କ୍ରିତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ସୁପ୍ରିୟା ପାଠକ ଓ ମନୋଜ ପାହଓ୍ୱାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଲକ୍ଷ୍ମଣ ଉତେକର। ଫିଲ୍ମଟି ଚଳିତ ବର୍ଷ ଜୁଲାଇ ୧୭ରେ ରିଲିଜ ହେବାର ଯୋଜନା ରହିଛି।

Comment