ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ଏବେ କୋରୋନା ଆତଙ୍କ ଖେଳାଇଛି। ଏହାରିଭିତରେ କୋରୋନା ଭାଇରସ କବଳରୁ  ରକ୍ଷା ପାଇ ଚୀନରୁ ସୁରକ୍ଷିତ ଫେରିଛନ୍ତି ଓଡ଼ିଆ ଦମ୍ପତ୍ତି। ଏହି ଦମ୍ପତ୍ତି ହେଲେ କୋରାପୁଟ ଜୟପୁର ବକ୍ସିସାହିର ମାନସ ବକ୍ସି ଓ ତାଙ୍କ ପତ୍ନି ପ୍ରତିମା ସାହୁ।  ଏହି ଦମ୍ପତ୍ତି ଚୀନର ସାମେନ ସିଟି ରହୁଥିଲେ। ଏହି ଦମ୍ପତ୍ତି  ଜାନୁଆରି ୧୭ ତାରିଖରେ ଓଡ଼ିଶା ଫେରିଥିଲେ।

ଚୀନ ପୁଣି ଫେରିଯିବାକୁ ଫେବ୍ରୁଆରି ୭ରେ ଟିକେଟ କରିଥିଲା ବେଳେ ଏବେ କୋରାନା ପାଇଁ ଅସୁରକ୍ଷିତ ମନେ କରି ସେମାନେ ଚୀନ ଯିବା କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ଚୀନରେ ଥିବା ବନ୍ଧୁଙ୍କ ସହ ସେମାନେ ଆଲୋଚନା କରୁଛନ୍ତି। ଚୀନରୁ କୋରୋନା ଭୟ ଗଲେ ସେମାନେ ପୁଣି ଫେରିଯିବାକୁ ମନସ୍ଥ କରିଛନ୍ତି।

ଏହି ଦମ୍ପତ୍ତିଙ୍କ କହିବା ଅନୁଯାୟୀ ଓଡ଼ିଶା ଫେରିବା ପରେ ଚୀନରେ କୋରୋନା ଭାଇରସ ସାଙ୍ଘାତିକ ରୂପ ନେଇଛି ବୋଲି ସେମାନେ ଜାଣିବାକୁ ପାଇଥିଲେ। ବର୍ତ୍ତମାନ ଚୀନରେ ପ୍ରଭାବ ରହିଥିବା ବେଳେ ଯେଉଁ ଅଞ୍ଚଳରେ ନବ ଦମ୍ପତ୍ତି ରହୁଛନ୍ତି ସେହି ଅଞ୍ଚଳରେ ଭାଇରସର ପ୍ରଭାବ ନଥିବା ସେମାନେ କହିଛନ୍ତି ।

Comment