ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପିଲାମାନଙ୍କ ଟିକଟକ୍ ଆକାଉଣ୍ଟ ଉପରେ ନଜର ରଖିପାରିବେ ବାପା ମା’। ପିଲାମାନେ ଟିକଟକରେ କ’ଣ କରୁଛନ୍ତି? କାହା ସହ କଥା କଥା ହେଉଛନ୍ତି ସେ ନେଇ ସବୁକିଛି ଜାଣିପାରିବେ ସେମାନଙ୍କର ବାପା ମା’। ଟିକଟକ୍ ଆପ୍ ଏନେଇ ଗୋଟିଏ ସ୍ପେଶାଲ୍ ଫିଚର ଆଣିଛି।

ଟିକଟକର ଏହି ସ୍ପେଶାଲ ଫିଚରର ନାଁ ରହିଛି ‘ଫ୍ୟାମିଲି ସେଫ୍ଟି ମୋଡ୍’। ଏହି ଫିଚର ସାହାଯ୍ୟରେ ପିଲାମାନଙ୍କ ଟିକଟକ୍ ଆକାଉଣ୍ଟ ସହିତ ବାପା କିମ୍ବା ମା’ଙ୍କ ଆକାଉଣ୍ଟ ଲିଙ୍କ୍ ହୋଇପାରିବ। ଏହାପରେ ବାପା ମା’ମାନେ ଟିକଟକରେ ତାଙ୍କର ପିଲାମାନଙ୍କ ପ୍ରତିଟି କାର୍ଯ୍ୟପ୍ରତି ନଜର ରଖିପାରିବେ। ଏଥିସହିତ ତାଙ୍କର ପିଲା ଟିକଟକ୍ ଆପରେ କେଉଁ ଭିଡିଓ ଦେଖିବା ଉଚିତ୍ ଓ କେଉଁ ଭିଡିଓ ଦେଖିବା ଅନୁଚିତ୍ ସେନେଇ ମଧ୍ୟ ବାପା ମା’ମାନେ ଆପରେ ସେଟିଙ୍ଗ୍ କରିପାରିବେ।

ଟିକଟକ୍ ଆପରେ ଅଶ୍ଳୀଳ ଭିଡ଼ିଓକୁ ଛୋଟପିଲାମାନଙ୍କଠାରୁ ଦୂରେଇ ରଖିବାକୁ ଏହି ଫିଚର ବେଶ୍ ସହାୟକ ହେବ ବୋଲି କୁହାଯାଉଛି। ତେବେ ଏହି ଫିଚରକୁ କମ୍ପାନି କେବଳ ଇଂଲଣ୍ଡରେ ଆରମ୍ଭ କରିଛି। ଖୁବଶୀଘ୍ର ଏହାକୁ ସାରା ବିଶ୍ୱରେ ଲାଗୁ କରାଯିବ। ଏହି ଫିଚର ଆସିବା ପରେ ଟିକଟକରେ ଯେଉଁ ଛୋଟ ପିଲାମାନେ ସକ୍ରିୟ ଅଛନ୍ତି ତାଙ୍କର ବାପା ମା’ମାନେ ଛୁଆମାନଙ୍କ ପ୍ରତି ଧ୍ୟାନ ଦେଇପାରିବେ।

Comment