ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ କମ୍ପାନି ସାଓମି ଭାରତରେ ତା’ର ଇଲେକ୍ଟ୍ରିକ୍ ଟୁଥବ୍ରଶକୁ ଲଞ୍ଚ୍ କରିଛି। ଏହାର ନାଁ ରହିଛି T300।

କମ୍ପାନି ଏହାର ଦାମ ୧୨୯୯ ଟଙ୍କା ରଖିଛି। ଏଥିସହିତ କମ୍ପାନି ଏହାକୁ ଏକ ସ୍ୱତନ୍ତ୍ର ନିୟମ ସହିତ ଲଞ୍ଚ କରିଛି। ଯଦି କମ୍ପାନିକୁ ଏହି ଟୁଥବ୍ରଶ୍ କିଣିବା ପାଇଁ ୧ହଜାର ଗ୍ରାହକ ଅନୁରୋଧ କରନ୍ତି ତେବେ କମ୍ପାନି ଏହି ଟୁଥବ୍ରଶକୁ ବଜାରରେ ଛାଡ଼ିବ। କମ୍ପାନି ମାର୍ଚ୍ଚ ୧୦ତାରିଖରେ ଏହି ଟୁଥବ୍ରଶର ଡେଲିଭରି ପାଇଁ ଦିନ ଧାର୍ଯ୍ୟ କରିଛି।

ଏହି ବ୍ରଶକୁ ଥରେ ଚାର୍ଜ କଲେ ଏହା ୨୫ ଦିନ ପର୍ଯ୍ୟନ୍ତ କାମ କରିବ। ଏହାର ଚାର୍ଜ ଶେଷ ହୋଇଗଲେ ଆପଣ ଏହାକୁ ଟାଇପ୍-ସି ଚାର୍ଜର ଦ୍ୱାରା ଚାର୍ଜ ମଧ୍ୟ କରିପାରିବେ। ଏଥିସହିତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ହୋଇଥିଲେ ମଧ୍ୟ ଏହାକୁ ପାଣିରେ ବ୍ୟବହାର କରାଯାଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment