ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣଙ୍କର କୌଣସି ବ୍ୟାଙ୍କ୍ କାମ ବାକି ରହିଯାଇଛି କି? ତେବେ ଆପଣଙ୍କୁ ଏଥପାଇଁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ଫେବ୍ରୁଆରି ୨୧ ତାରିଖ ଅର୍ଥାତ ଆଜିଠାରୁ ଲଗାତାର ତିନି ଦିନ ପାଇଁ ବନ୍ଦ ରହୁଛି ବ୍ୟାଙ୍କ୍।

ଫେବ୍ରୁଆରି ୨୧ ତାରିଖ ମହାଶିବରାତ୍ରୀ କାରଣରୁ ବ୍ୟାଙ୍କ୍ ବନ୍ଦ ରହିବ। ଏହାପରେ ଫେବ୍ରୁଆରି ୨୨ ତାରିଖ ଚତୁର୍ଥ ଶନିବାର ହେତୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫେବ୍ରୁଆରି ୨୩ ତାରିଖ ରବିବାର ପଡୁଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଏହିପରି ଭାବେ ଲଗାତାର ୩ଦିନ ଧରି ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ। କୌଣସି ବ୍ୟାଙ୍କ କାମ କରିବାକୁ ଚାହୁଁଥିଲେ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ଏହି ତିନି ଦିନ କେବଳ ବ୍ୟାଙ୍କ୍ ବନ୍ଦ ରହିବ କିନ୍ତୁ ପୂର୍ବଭଳି ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଚାଲୁରହିବ ବୋଲି କୁହାଯାଇଛି। ସେହିପରି ଏଟିଏମ୍ ସେବା ମଧ୍ୟ ପୂର୍ବଭଳି ଚାଲୁରହିବ ବୋଲି ସୂଚନା ରହିଛି।

Comment