ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକଙ୍କ ପାଇଁ ବଡ଼ ଝଟକା। କମ୍ପାନି ତା’ର ରିଚାର୍ଜ ଦାମକୁ ବୃଦ୍ଧି କରିଦେଇଛି। ଏଣିକି ବର୍ଷକ ପାଇଁ ଜିଓ ରିଚାର୍ଜ କରିବାକୁ ହେଲେ ଗ୍ରାହକମାନଙ୍କୁ ୨୦୨୦ ଟଙ୍କା ବଦଳରେ ୨୧୨୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏହା ପୂର୍ବରୁ ଜିଓ ଗ୍ରାହକମାନେ ୨୦୨୦ ଟଙ୍କା ରିଚାର୍ଜ କରି ବର୍ଷକ ପାଇଁ ଅନଲିମିଟେଡ୍ କଲ୍ ସହ ଇଣ୍ଟରନେଟ୍ ବ୍ୟବହାର କରିପାରୁଥିଲେ। ଏବେ କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ୨୧୨୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏଥିସହିତ ଏହି ନୂଆ ରିଚାର୍ଜ ପ୍ଲାନରେ ଗ୍ରାହକମାନେ ବର୍ଷକ ବଦଳରେ ମାତ୍ର ୩୩୬ ଦିନର ଭାଲିଡିଟି ପାଇବେ। ସେହିପରି କେବଳ ଜିଓରୁ ଜିଓ ଅନଲିମିଟେଡ୍ କଲର ସୁବିଧା ମିଳିପାରିବ। ଅନ୍ୟ ନେଟୱାର୍କକୁ କେବଳ ୧୨ ଶହ ମିନିଟ୍ ପାଇଁ ମାଗଣା କଲ୍ କରିପାରିବେ। ଏହି ପ୍ଲାନରେ ଗ୍ରାହକମାନେ ପୂର୍ବଭଳି ଦିନ ୧.୫ ଜିବି ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

Comment