ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଲୱେ ରିକ୍ରୁଟ୍‌ମେଣ୍ଟ୍‌ ସେଲ୍‌ (ଆର୍‌ଆର୍‌ସି) ପକ୍ଷରୁ କେନ୍ଦ୍ରୀୟ ରେଲୱେରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୭ଟି ଜୁନିୟର ଟେକ୍ନିକାଲ ଆସୋସିଏଟ୍‌ (କନ୍‌ଷ୍ଟ୍ରକ୍ସନ/ୱର୍କ) ପଦବୀରେ ନିଯୁକ୍ତି ଦିଆଯିବ। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ମାର୍ଚ୍ଚ ୬ ତାରିଖ ଯାଏଁ ଆବେଦନ କରିପାରିବେ। ସମସ୍ତ ନିଯୁକ୍ତି ଆସନ୍ତା ୧୯ ନଭେମ୍ବର ଯାଏଁ ଚୁକ୍ତିଭତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପଦବୀ ଓ ସଂରକ୍ଷଣ

ମୋଟ ପଦବୀ – ୩୭

  • ସାଧାରଣ – ୧୪
  • ଏସ୍‌ସି – ୬
  • ଏସ୍‌ଟି – ୩
  • ଓବିସି – ୧୦
  • ଆର୍ଥିକ ଅନଗ୍ରସର – ୪

ଶିକ୍ଷାଗତ ଯୋଗ୍ୟତା

ସିଭିଲ ଇଞ୍ଜିନିୟରିଂରେ ୪ ବର୍ଷର ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କିମ୍ବା ସିଭିଲ ଇଞ୍ଜିନିୟରିଂରେ ୩ ବର୍ଷିଆ ଡିପ୍ଲୋମା ଡିଗ୍ରୀ ହାସଲ କରିଥିବେ। କିମ୍ବା ସିଭିଲ ଇଞ୍ଜିନିୟରିଂରେ ବିଏସ୍‌.ସି କରିଥିବା ଦରକାର।

ସାଧାରଣ ପ୍ରାର୍ଥୀ ୬୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଆବଶ୍ୟକ। ସେହିପରି ଓବିସି ୫୫ ଏବଂ ଏସ୍‌ସି/ଏସ୍‌ଟି ୫୦ ପ୍ରତିଶତ ମାର୍କ ରଖି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ

  • ସାଧାରଣ – ୩୩ ବର୍ଷ
  • ଓବିସି -୩୬ ବର୍ଷ
  • ଏସ୍‌ସି/ଏସ୍‌ଟି – ୩୮ ବର୍ଷ

ପରୀକ୍ଷା ଫି

  • ସାଧାରଣ – ୫୦୦ ଟଙ୍କା
  • ଓବିସି/ଏସ୍‌ସି/ଏସ୍‌ଟି – ୨୫୦ ଟଙ୍କା

ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ମାର୍ଚ୍ଚ ୬ ତାରିଖ ଯାଏଁ ଟେକ୍ନିକାଲ ଆସୋସିଏଟ୍‌ ପଦବୀରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀ cr.indianrailways.gov.in ୱେବ୍‌ସାଇଟ୍‌ ଲଗ୍‌ଅନ୍‌ କରନ୍ତୁ। ଏହାପରେ ନ୍ୟୁଜ୍‌ ଆଣ୍ଡ୍‌ ରିକ୍ରୁଇଟ୍‌ମେଣ୍ଟ୍‌ ଅପ୍‌ସନରେ କ୍ଲିକ୍‌ କରି Contractual JE(cons) engagementରେ କ୍ଲିକ୍‌ କରି ଆବେଦନ କରିପାରିବେ।

ଏନେଇ ଅଧିକ ସୂଚନା ପାଇଁ cr.indianrailways.gov.in ଲଗ୍‌ଇନ୍‌ କରନ୍ତୁ।

Comment