ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟତର ହୋଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। ଏହା ପୂର୍ବରୁ ନିର୍ଭୟା ଦୋଷୀ ସେମାନଙ୍କ ପରିବାରବର୍ଗଙ୍କୁ ଶେଷ ଥର ପାଇଁ ଭେଟିବା ପାଇଁ ସୁଯୋଗ ଦିଆଯିବ। ଏନେଇ ୪ ଦୋଷୀଙ୍କୁ ତାରିଖ ଠିକ୍‌ କରିବାକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଏହା ପୂର୍ବରୁ ମୁକେଶ ଓ ପବନ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ନିର୍ଭୟାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପୁଣିଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଥିଲେ। ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ତିହାର ଜେଲ୍‌ରେ ଫାଶୀ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଛି।

Comment