ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡ୍ ଫିଲ୍ମକୁ ପ୍ରଂଶସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତ ଶୁକ୍ରବାର ଭାରତରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶୁଭ୍ ମଙ୍ଗଲ୍ ଜାଦା ସାବଧାନ୍’କୁ ପସନ୍ଦ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।

ବ୍ରିଟିଶ୍ ଆକ୍ଟିଭିଷ୍ଟ୍ ପିଟର ଟଚେଲ ଏହି ଫିଲ୍ମର ପ୍ରଶଂସା କରି ତାଙ୍କର ସୋସିଆଲ୍ ଆକାଉଣ୍ଟରେ ଅଳ୍ପ କେଇ ପଦ ଲେଖା ଲେଖିଥିଲେ। ପରେ ପରେ ତାଙ୍କର ଏହି ଟୁଇଟକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସେଆର୍ କରିବା ସହିତ୍ ଏହାକୁ ଗ୍ରେଟ୍ ବୋଲି ଲେଖିଥିଲେ।

ବଲିଉଡ୍ ଫିଲ୍ମ ‘ଶୁଭ୍ ମଙ୍ଗଲ୍ ଜାଦା ସାବଧାନ୍’ ଧାରା ୩୭୭କୁ ନେଇ ନିର୍ମାଣ କରାଯାଇଛି। ଫିଲ୍ମରେ ସମଲିଙ୍ଗୀ ସମ୍ପର୍କ ବିଷୟରେ ଦେଖାଯାଇଛି, ଯାହାକୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ଏଥିସହିତ ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ଏହି ଟୁଇଟକୁ ଭାରତୀୟ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି।

Comment