ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାର ମିଗ୍-୨୯k ବିମାନ ଦୁର୍ଘଟଣାଗସ୍ତ ହୋଇଛି। ରବିବାର ଗୋଆରେ ଟ୍ରେନିଂ ପାଇଁ ପ୍ରତିଦିନ ଭଳି ଉଡ଼ାଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ଏଥିରେ ଥିବା ପାଇଲଟ ସୁରକ୍ଷିତ ଥିବା କୁହାଯାଇଛି। ଏଥିସହିତ ଏହି ଦୁର୍ଘଟଣା କ’ଣ ପାଇଁ ହେଲା ଓ କିପରି ହେଲା ତା’ର ଯାଞ୍ଚ କରିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।

ଏହା ପୂର୍ବରୁ ୨୦୧୯ ମସିହା ନଭେମ୍ବର ମାସରେ ମଧ୍ୟ ଏହିଭଳି ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ଘଟଣାର ତିନି ମାସ ଭିତରେ ଏଭଳି ଆଉ ଏକ ଦୁର୍ଘଟଣା ଘଟିଛି।

Comment