ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତିଙ୍କ ବାସଭବନର ନାଁ ହେଉଛି ହ୍ୱାଇଟ୍ ହାଉସ୍, ଯେଉଁଥିରେ ଆମେରିକାର ରାଷ୍ଟ୍ରପତି ନିଜର ପରିବାର ସହିତ ରହିଥାନ୍ତି। ତେବେ ଆମେରିକାର ରାଷ୍ଟ୍ରପତିଙ୍କ ବିମାନ ଏୟାରଫୋର୍ସ ୱାନକୁ ମଧ୍ୟ ଏକ ଉଡ଼ନ୍ତା ହ୍ୱାଇଟ୍ ହାଉସ୍ ବୋଲି କୁହାଯାଏ।

ଏହି ବିମାନରେ ଆମେରିକା ରାଷ୍ଟ୍ରପତି ବସି ବିଭିନ୍ନ ଦେଶକୁ ଯାତ୍ରା କରିଥାନ୍ତି। ଏହି ବିମାନର ସୁବିଧା ସୁଯୋଗ ଓ ସୁରକ୍ଷାକୁ ଦେଖି ଏହାକୁ ଏକ ଉଡ଼ନ୍ତା ହ୍ୱାଇଟ୍ ହାଉସ୍ ସହିତ ତୁଳନା କରାଯାଏ।

ଏହି ବିମାନ ୭୦ ମିଟର ଲମ୍ବା ହୋଇଥିବାବେଳେ ଏହା ଘଣ୍ଟାପ୍ରତି ୯୬୫ କିଲୋମିଟର ବେଗରେ ଯାତ୍ରା କରିପାରେ। ଏହି ବିମାନକୁ ଏଭଳି ନିର୍ମାଣ କରାଯାଇଛି ଯେ ଏହାକୁ ଶତ୍ରୁ ପକ୍ଷର ଲୋକମାନେ ଛୁଇଁବା ମଧ୍ୟ ଅସମ୍ଭବ। ଏହାକୁ କୌଣସି ମିସାଇଲ୍ ଆକ୍ରମଣ ମଧ୍ୟ କରିପାରିବ ନାହିଁ। ଏପରିକି ଆକାଶ ମାର୍ଗରେ  ଏହି ବିଶାଳ ବିମାନରୁ ମିସାଇଲ୍ ମଧ୍ୟ ଛଡ଼ାଯାଇପାରିବ।

ଆମେରିକା ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବା ପାଇଁ ଏହି ବିମାନକୁ ବିଶେଷ ଆକାରରେ ନିର୍ମାଣ କରାଯାଇଛି। ଏଥିସହିତ ଏହି ବିମାନରେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଏକ କାର୍ଯ୍ୟାଳୟ, ଶୟନ କକ୍ଷ ଓ ଅପରେସନ୍ ଥିଏଟର ମଧ୍ୟ ରହିଛି।

Comment