ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ନାହିଁ ବାର୍ଡ ଫ୍ଲୁ ଭୟ। ଏଣିକି ଭୁବନେଶ୍ଵରରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇପାରିବେ ଲୋକ। ଏନେଇ ଆଶଙ୍କା ଦୂର କରିବାକୁ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛି। ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଭୟରେ ଲୋକମାନେ ଚିକେନ ଓ ଅଣ୍ଡା ଖାଉନାହାନ୍ତି।

କିଛି ଦିନ ତଳେ ଓୟୁଏଟିରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଫଳରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ପରେ ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ ରିପୋର୍ଟ ପିଜିଟିଭ୍‌ ଆସିବା ପରେ କୁକୁଡାମାନେ ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ କରିଥିଲା ଓୟୁଏଟି।

ପରେ ଏନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଚିକେନ ଓ ଅଣ୍ଡା ନଖାଇବାକୁ ଲୋକମାନଙ୍କୁ ସତର୍କ କରାଯାଇଥିଲା। ଏହାସହ ଓୟୁଏଟିଠାରୁ ୧ କିଲୋମିଟର ଯାଏଁ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଥିଲା।

Comment