ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ଭବନରେ ରାତ୍ରୀଭୋଜନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଭୋଜନର ଆୟୋଜନ କରିଥିଲେ। ଏହି ଆୟୋଜନ ପାଇଁ ଟ୍ରମ୍ପ ରାମନାଥ କୋବିନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଇଦିନିଆ ଗସ୍ତରେ ଏହା ଟ୍ରମ୍ପଙ୍କ ଶେଷ କାର୍ଯ୍ୟକ୍ରମ ଥିଲା।

ରାତ୍ରୀଭୋଜନ ପାଇଁ ରାଷ୍ଟ୍ରପତି ଭବନରେ ବିଶେଷ ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ଭେଜ ଓ ନନଭେଜ ମଧ୍ୟ ରହିଥିଲା। ଭେଜରେ ଦାଲ ରାୟସିନ, ଜରଖେଜ ଜମିନ, ମୌସମୀ ସବଜି, ଅଞ୍ଜିର ମଲାଇ କୋପ୍ତା, ଦେଗ ବିରିୟାନୀ, ଶିରମାଲ, ମିଶି ରୋଟି, ନାନ, ତନ୍ଦୁରି ରୋଟି, ମେଥି କୁଲ୍ଚା ରହିଥିଲା। ସେହିପରି ନନଭେଜରେ ଦମ୍‌ ଗୋସ୍ତ ବିରିୟାନି, ରାଗନ ଆଲିସାନ ସହ ରୋଗିଣୀଗ୍ରେଭିର ଆୟୋଜନ କରାଯାଇଥିଲା।

ଏହି ରାତ୍ରୀଭୋଜନ ପରେ ଏବେ ଆମେରିକା ଫେରିଯିବେ ଟ୍ରମ୍ପ। ଏହା ତାଙ୍କ ଗସ୍ତର ଶେଷ କାର୍ଯ୍ୟକ୍ରମ ଥିଲା। ମଙ୍ଗଳବାର ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହାସହ ମୋଦୀଙ୍କ ସହ ଦ୍ଵିପାକ୍ଷିକ ବୈଠକ ମଧ୍ୟ କରିଥିଲେ।

ଟ୍ରମ୍ପ ସୋମବାର ଦୁଇ ଦିନିଆ ଗସ୍ତରେ ଭାରତ ଆସିଥିଲେ। ଏହି ଗସ୍ତରେ ସେ ସୋମବାର ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here