ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଆରମ୍ଭରୁ ଗୃହରେ ହୋହାଲ୍ଲା କରିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲା କାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କରିଥିଲେ କଂଗ୍ରେସ ବିଧାୟକ। ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

‘ମିଲର୍ସ-ସରକାର ମଦୁଚନ୍ଦ୍ରିକା’ କହି ଗୃହରେ ହୋହାଲ୍ଲା କଲେ ବିରୋଧୀ। ଶୂନ୍ୟକାଳ ପରେ ବିରୋଧୀ ଚାଷୀମାନଙ୍କ ସମସ୍ୟା ଓ ମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବୋଲି ଅନୁମାନ କରାଯାଉଛି।

ଗତକାଲି ପାଖାପାଖି ୧୬ ଥର ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।

Comment