ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନ ଆସିବା ପରେ ଶରୀରରୁ ଝାଳ ବାହାରିବା ସମସ୍ୟା ଦେଖା ଦେଇଥାଏ। ଶରୀରରୁ ଝାଳ ବୋହିବା ଫଳରେ ଦୁର୍ଗନ୍ଧ ହୋଇଥାଏ। ସେହିପରି କିଛି ଲୋକଙ୍କର ଅଧିକ ମାତ୍ରାରେ ଝାଳ ହାତ ଓ ପାଦରୁ ବାହାରିଥାଏ। ଫଳରେ ପାଦ ଦୁର୍ଗନ୍ଧ କରିଥାଏ।

ଯଦି ଗରମ ଦିନରେ ପାଦରୁ ଝାଳ ବେହିଥାଏ ଏବଂ ଦୁର୍ଗନ୍ଧ ବି ହୋଇଥାଏ, କିଛି ଘରୋଇ ଉପାୟରେ ଏହି ସମସ୍ୟାକୁ ଦୂର କରିହେବ।

ଜୋତା ଓ ମୋଜାକୁ ସଫା ରଖନ୍ତୁ। ସବୁବେଳେ ପରିସ୍କାର ମୋଜା ପିନ୍ଧନ୍ତୁ। କଟନ୍‌ ମୋଜାର ଅଧିକ ବ୍ୟବହାର କରନ୍ତୁ। ଚମଡ଼ା ଜୋତାକୁ କିଛି ସମୟ ପାଇଁ ଖରାରେ ରଖି ଦିଅନ୍ତୁ।

ଉଷୁମ ପାଣିରେ ଲୁଣ ମିଶାଇ କିଛି ସମୟ ବୁଡ଼ାଇ ରଖନ୍ତୁ। ଏହାଦ୍ୱାରା ପାଦରେ ଥିବା ଜୀବାଣୁ ନାଶ ହୋଇଥାଏ। ଲୁଣ ପାଣି ପାଦର ତ୍ୱଚାକୁ ଶୁଷ୍କ ରଖିଥାଏ। ଫଳରେ ଝାଳ କମ୍‌ ହୋଇଥାଏ।

ଯଦି ଆପଣଙ୍କ ପାଦରୁ ବେଶି ମାତ୍ରାରେ ଝାଳ ବୋହିଥାଏ। ସେଥିରେ ବେବି ପାଉଡର ବା ଟାଲକମ୍‌ ପାଉଡର୍‌ର ବ୍ୟବହାର କରି ପାରିବେ। ଏହାଦ୍ୱାରା ଦୁର୍ଗନ୍ଧ ବି ଦୂର ହୋଇଥାଏ।

ଚା’ ପତି ପାଦରୁ ହେଉଥିବା ଦୁର୍ଗନ୍ଧକୁ ରୋକିଥାଏ। ଗୋଟେ ପାତ୍ରରେ ଉଷୁମ୍‌ ପାଣି ନେଇ ସେଥିରେ ଚା’ପତି ବା ଟି ବ୍ୟାଗ୍‌ ପକାଇ ଦିଅନ୍ତୁ। ପାଖାପାଖି ଅଧଘଣ୍ଟା ପାଦକୁ ବୁଡ଼ାଇ ରଖନ୍ତୁ। ଏହି ପ୍ରକ୍ରିୟାକୁ ନିୟମିତ ଭାବେ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଲେମ୍ବୁ ରସରେ ପାଦକୁ ଧୋଇଲେ ପାଦରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିପାଇଁ କିଛି ସମୟ ଲାଗି ଲେମ୍ବୁ ରସ ପାଦରେ ଲଗାଇ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ।

ପାଦକୁ ସ୍କ୍ରବ୍‌ କରନ୍ତୁ। ପାଦକୁ କୌଣସି ସ୍କ୍ରବ୍‌ ସାହାଯ୍ୟରେ ଘଷିବା ଫଳରେ ମୃତ କୋଷିକା ନଷ୍ଟ ହୋଇଥାଏ। ଅଦା ଲେମ୍ବୁ ମିଶାଇ ପାଦରେ ଧୀରେ ଧୀରେ ମାଲିସ୍‌ କରନ୍ତୁ। ଏହି ସ୍କ୍ରବ୍‌କୁ ସପ୍ତାହରେ ଦୁଇଥର ଲଗାଇବା ଫଳରେ ପାଦରେ ଦୁର୍ଗନ୍ଧ ହୋଇନଥାଏ।

Comment