ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର-ପୂର୍ବ ଦିଲ୍ଲୀରେ ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ମୋଜପୁର, ଜାଫରାବାଦରେ ଲୋକଙ୍କୁ ଭେଟି ସ୍ଥିତି ପରଖିଛନ୍ତି ଅଜିତ। ସ୍ଥିତି ସମୀକ୍ଷା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଲେ ଡୋଭାଲ। ଲୋକମାନଙ୍କୁ ପୋଲିସ ଉପରେ ଭରସା ରଖିବା ସହ ଶାନ୍ତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଅଜିତ ଡୋଭାଲ।

ସୋମବାରଠାରୁ ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହା ଯୋଗୁଁ ହିଂସା ଲାଗିରହିଛି। ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଟେକା ପଥର ମାଡ଼ କରୁଛନ୍ତି। ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ହିଂସା ଧିରେ ଧିରେ ଉଗ୍ର ହେବାର ଲାଗିଛି।

ଏଥିରେ ଜଣେ ପୋଲିସ କନଷ୍ଟେବଳ ମଧ୍ୟ ସହିଦ ହୋଇଥିଲେ। ବିକ୍ଷୋଭକାରୀମାନେ ଦୋକାନ ବଜାର, ଗାଡ଼ିକୁ ମଧ୍ୟ ପୋଡ଼ି ଦୋଉଛନ୍ତି। ଫଳରେ ଦିଲ୍ଲୀରେ ଚାରିଆଡ଼େ ନିଆଁ ଦେଖାଯାଇଛି। ନିଆଁକୁ ଆୟତ୍ତ କରିବାକୁ ଆସିଥିବା ଦମକଳ ଗାଡ଼ିକୁ ମଧ୍ୟ ନିଆଁ ଲଗାଇଦେଇଥିଲେ ବିକ୍ଷୋଭକାରୀ।

ଏଭଳି ପରିସ୍ଥିତିରେ ଦିଲ୍ଲୀକୁ ଶାନ୍ତ କରିବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏନେଇ ସ୍ଥିତି ସମୀକ୍ଷା ପାଇଁ ଅଜିତ ଡୋଭାଲ ଦିଲ୍ଲୀ ଗସ୍ତ କରିଥିଲେ। ସମୀକ୍ଷା ପରେ ସବୁ ନିୟନ୍ତ୍ରଣାଧିନ ଥିବା ସୂଚନା ଦେଇଛନ୍ତି ଅଜିତ।

Comment