ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଛନ୍ତି।

ଫେବ୍ରୁଆରି ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଅଭିଭାଷଣ ରଖିଥିଲେ। ଏହାପରେ ଏହି ଅଧିବେଶନରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟର ବଜେଟ୍ ଉପସ୍ଥାପନ କରିଥିଲେ। ଏହାପରେ ବାଚସ୍ପତି ଆଜି ବିଧାନସଭାକୁ ମାର୍ଚ୍ଚ ୧୧ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। ଏହି ଅଧିବେଶନ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Comment