ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଚକଲେଟ ହିରୋ ହେଲେ ସାହିଦ କପୁର। ବଲିଉଡର ଅନେକ ହିରୋଇନଙ୍କ ସହ ସଂପର୍କକୁ ନେଇ ଅତୀତରେ ସାହିଦ ବେଶ୍‌ ଚର୍ଚ୍ଚାରେ ଥିଲେ। କରୀନାଙ୍କଠୁ ଆରମ୍ଭ କରି ବିଦ୍ୟା ବାଲାନଙ୍କ ସହ ତାଙ୍କ ନାଁ ଯୋଡ଼ି ହୋଇଥିଲା। ଶେଷରେ ସେ ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଭିନେତ୍ରୀଙ୍କ ସହ ସାହିଦଙ୍କ ସଂପର୍କ ନେଇ ଚର୍ଚ୍ଚା ହୋଇଥିଲା।
କରୀନା

ବଲିଉଡ ବେବୋ କରୀନାଙ୍କ ସହ ସାହିଦଙ୍କ ସଂପର୍କ କିଏ ନଜାଣେ। ଲମ୍ବା ସମୟ ଯାଏଁ ଉଭୟଙ୍କ ମଧ୍ୟରେ ସଂପର୍କ ରହିଥିଲା। ଉଭୟ କିଛି ଫିଲ୍ମରେ ମଧ୍ୟ ଏକାଠି କାମ କରିଥିଲେ। ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲ, ହେଲେ କୌଣସି କାରଣରୁ ତାଙ୍କର ବ୍ରେକଅପ୍‌ ହୋଇଯାଇଥିଲା।

ଅମୃତା ରାଓ

ଅଭିନେତ୍ରୀ ଅମୃତା ରାଓଙ୍କ ସହ ସାହିଦ ‘ଇଶ୍କ ଭିସ୍କ’, ‘ବିବାହ’, ‘ଶିଖର’ ଭଳି ଲୋକପ୍ରିୟ ଫିଲ୍ମରେ କାମ କରିଥିଲେ। ଫିଲ୍ମ ହିଟ ହେବା ସହିତ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ହୋଇଥିଲା।

ବିଦ୍ୟା ବାଲାନ

ସାହିଦ କପୁର ବିଦ୍ୟା ବାଲାନଙ୍କ ସହିତ ‘କିସମତ କନେକ୍ସନ’ ରେ କାମ କରିଥଲେ। ଏହି ଫିଲ୍ମରେ କାମ କରିବା ବେଳେ ଦୁହିଁଙ୍କ ଭିତରେ ଆଫେୟାର୍ସ ଥିବା ଚର୍ଚ୍ଚା ହୋଇଥିଲା।

Comment