ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ହିଂସାକୁ ନେଇ ସିଧାସଲଖ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଦିଲ୍ଲୀରେ ହିଂସା ପାଇଁ ବିଜେପି ପ୍ରସ୍ତୁତି କରିଥିଲା ବୋଲି କଂଗ୍ରେସ ସଭାପତି ସୋନୀଆ ଗାନ୍ଧୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଦିଲ୍ଲୀ ହଂସାକାଣ୍ଡ ପୂର୍ବ ପ୍ରାୟୋଜିତ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସୋନିଆ ଗାନ୍ଧୀ କହିଛନ୍ତି।

ଗତ କିଛି ଦିନ ହେଲା ଦିଲ୍ଲୀ ଜଳୁଥିଲା ବେଳେ ଗୃହମନ୍ତ୍ରୀ ଅମିତ ଶାହ କ’ଣ କରୁଛନ୍ତି ବୋଲି ସୋନିଆ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ସ୍ଥିତି ସମ୍ଭାଳିବାକୁ ବିଜେପି ବିଫଳ ତେଣୁ ଗୃହମନ୍ତ୍ରୀ ଅମିତ ଶାହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ସୋନିଆ।

‘‘ଦିଲ୍ଲୀରେ ୩ ଦିନ ହେଲା ହିଂସାକାଣ୍ଡ ହୋଇଥିଲା ବେଳେ ବିଜେପିର କୌଣସି ନେତା ଶାନ୍ତି ପାଇଁ ଚେଷ୍ଟା କରିନାହାନ୍ତି। ହିସାକାଣ୍ଡ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ? ଗୁଇନ୍ଦା ବିଭାଗ ରିପୋର୍ଟ କ’ଣ ଥିଲା ଏବଂ କି ପଦକ୍ଷେପ ନିଆଯାଇଥିଲା? ପ୍ରଶ୍ନ କରିଛନ୍ତି ସୋନିଆ।

Comment