ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ସ୍ତ୍ରୀକୁ ୩ଶହ ଖଣ୍ଡ କରି ହତ୍ୟା କରିବା ଘଟଣାରେ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଆସନ୍ତୁ ଜାଣିବା କହିଁକି ନିଜ ସ୍ତ୍ରୀକୁ ଏଭଳି ବିଭତ୍ସ ହତ୍ୟା କରିଥିଲେ କର୍ଣ୍ଣେଲ।

ନିଜ ସ୍ତ୍ରୀ ହତ୍ୟା କରି ୩ଶହ ଖଣ୍ଡ କରି ହତ୍ୟା କରିବା ଘଟଣାରେ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ସଜା ହୋଇଛି। ଏଭଳି ଘଟଣା ଓଡ଼ିଶା ଇତିହାସରେ ବିରଳ। ୨୦୧୩ ଜୁନ୍‌ ମାସରେ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଘଟିଥିଲା ଏଭଳି ବିଭତ୍ସ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ପାଇଁ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।

କାହିଁକି କରିଥିଲେ ହତ୍ୟା?

କର୍ଣ୍ଣେଲ ସୋମନାଥ ପରିଡ଼ା ଓ ତାଙ୍କ ସ୍ତ୍ରୀ ଉଷାଶ୍ରୀ ପରିଡ଼ା ନୟାପଲ୍ଲୀ ଆଇଆର୍‌ସି ଭିଲେଜ ଘରେ ରହୁଥିଲେ। ତାଙ୍କ ଝିଅ ଲେଖା ପରିଡ଼ା ଦୁବାଇରେ ରହୁଥିଲେ। ଘଟଣାର କିଛିଦିନ ପରେ ଝିଅକୁ ମୋଟାଅଙ୍କର ଟଙ୍କା ମାଗିଥିଲେ କର୍ଣ୍ଣେଲ। ଏନେଇ ଝିଅ ମା’ଙ୍କ ସହ କଥା ହୋଇଥିଲା। ଟଙ୍କା ଦରକାର କି ନାହିଁ ଝିଅ ମା’ଙ୍କ ସହ କଥା ହୋଇଥିଲା। ଟଙ୍କା ଦରକାର ନାହିଁ ବୋଲି ମା’ କହିବା ପରେ ଝିଅ ଆଉ ଟଙ୍କା ପଠାଇ ନଥିଲେ।

ଏଣୁ କର୍ଣ୍ଣେଲ ଝିଅ ଉପରେ ରାଗିବା ସହ ଉଷାଶ୍ରୀଙ୍କ ସହ ଝଗଡ଼ା କରିଥିଲେ। ଘଟଣାର କିଛିଦିନ ପରେ ଝିଅ ଘରକୁ ମଧ୍ୟ ଆସିଥିଲା, ହେଲେ କର୍ଣ୍ଣେଲ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହି ଘଟଣାରେ ୩ ଜମଙ୍କ ମଧ୍ୟରେ ବଚସା ଉଗ୍ର ରୂପ ନେଇଥିଲା।

ଏଥିରେ କର୍ଣ୍ଣେଲ ରାଗ ଶୁଝାଇବା ପାଇଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପରେ ଏକ ପିତ୍ତଳ ଟର୍ଚ୍ଚରେ ସ୍ତ୍ରୀ ମୁଣ୍ଡକୁ ପିଟି ତାଙ୍କୁ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଛୋଟ ଛୋଟ ଖଣ୍ଡ କରି ଟିଫିନରେ ପୁରାଇଥିଲେ।

ଏମିତି ଥିଲା ପୂରା ଘଟଣା

ଘଟଣାର ଦୁଇ ଦିନ ପୂର୍ବରୁ ଦୁବାଇରେ ରହୁଥିବା କର୍ଣ୍ଣେଲଙ୍କ ଝିଅ ଲେଖା ପରିଡ଼ା ସୋମନାଥଙ୍କୁ ଫୋନ କରିଥିଲେ। ବାପାଙ୍କ ସହ କଥା ହେବା ପରେ ମା’ ଉଷାଶ୍ରୀଙ୍କ ସହ କଥା ହେବାକୁ ଚାହିଁଥିଲେ, ହେଲେ ଏଥିରେ ଉତକ୍ଷିପ୍ତ ହୋଇପଡ଼ିଥିଲେ ସୋମନାଥ। ଏଭଳି ବାରମ୍ଵାର ଫୋନ କରିବା ପରେ ମଧ୍ୟ ସୋମନାଥ ଉଷାଶ୍ରୀଙ୍କ ସହ କଥା କରାଇବାକୁ ମନା କରିଦେଉଥିଲେ।

ଶେଷରେ ଲେଖାଙ୍କ ମନରେ ସନ୍ଦେହ ହେବାରୁ ସେ ଖାରବେଳ ନଗରରେ ରହୁଥିବା ମାମୁ ରଞ୍ଜନଙ୍କୁ ଫୋନ କରି ସବୁ କତା କହିଥିଲେ। ରଞ୍ଜନ ରାତି ପ୍ରାୟ ୧୦ଟା ବେଳେ ସୋମନାଥଙ୍କ ଘରେ ପହଞ୍ଚିଥିଲେ। ରଞ୍ଜନ ଦୀର୍ଘ ସମୟ ପର୍ଯ୍ୟନ୍ତ କଲିଂ ବେଲ ବଜାଇବା ପରେ ମଧ୍ୟ କବାଟ ଖୋଲି ନଥିଲେ ସୋମନାଥ। କିଛି ସମୟ ପରେ କବାଟ ଖୋଲିବା ପରେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ପରେ ଭଉଣୀ କୋଉଠି ଅଛି ରଞ୍ଜନ ପଚାରିବାରୁ ସୋମନାଥ କବାଟ ବନ୍ଦ କରିଦେଇଥିଲେ।

ଏନେଇ ରଞ୍ଜନ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସର ଏକ୍‌ ଟିମ୍‌ ସୋମନାଥଙ୍କ ଘରକୁ ଯାଇ ଛାନ୍‌ଭିନ୍‌ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଉଷାସ୍ରୀଙ୍କୁ ହତ୍ୟା କରାଯାଇଛି। ପୋଲିସ ସେହି ଘରୁ ୧୨ଟି ଟିଫିନ୍‌, ୨ଟି ବଡ଼ ବାକ୍ସ ଜବତ କରିଥିଲା। ଯେଉଁଥିରେ ଉଷାଶ୍ରୀ ଖଣ୍ଡବିଖଣ୍ଡିତ ମୃତଦେହ ଭର୍ତ୍ତି ଥିଲା। ଏହାସହ ହତ୍ୟାରେ ବ୍ୟବହୃତ ଆରି, କରତ, ଫିନାଇଲ ବୋତଲକୁ ମଧ୍ୟ ପୋଲିସ ଜବତ କରିଥିଲା।

Comment