ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଘଟିଥିବା ହିଂସାକାଣ୍ଡରେ ଏବେ ଯାଏଁ ୧୦୬ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସେହିପରି ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ନିଜ ଆଡୁ ୧୮ଟି ଏଫ୍‌ଆଇଆର୍‌ ଦାଖଲ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଅତିରକ୍ତି ପୋଲିସ କମିସନର ମନ୍ଦୀପ ସିଂ ରନ୍ଧଓ୍ୱା।

ବୁଧବାର ଦିଲ୍ଲୀରେ କୌଣସି ହିଂସାକାଣ୍ଡ ବା ଅପ୍ରୀତିକର ଘଟଣା ସାମ୍ନାକୁ ଆସିନି। ଧୀରେ ଧୀରେ ଦିଲ୍ଲୀରେ ସ୍ଥିତି ସୁଧୁରୁଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପୋଲିସ କମିସନର।

ସେହିପରି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍‌ ସମ୍ବେଦନଶୀଳ ଅଞ୍ଚଳକୁ ଜଗିଛନ୍ତି। ବିଶେଷ କରି ସିଲମପୁର, ମଉଜପୁରକୁ ନଜରରେ ରଖିଛି ପୋଲିସ। ଆଗକୁ ଯେଭଳି କିଛି ଅପ୍ରୀତିକାର ଘଟଣା ଘଟିବ ନାହିଁ ସେଥିପ୍ରତି ସଜାଗ ରହିଛି ପୋଲିସ।

ଅନ୍ୟପକ୍ଷରେ ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୪ ଜଣଙ୍କ ପ୍ରାଣ ଗଲାଣି। ପ୍ରାୟ ୧୫୦ରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment