ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଚାଲିଥିବା ହିଂସାକାଣ୍ଡ ଘଟଣାରେ ବୁଧବାର ପୋଲିସକୁ ଭତ୍ସନା କରିଥିବା ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କୁ ରାତାରାତି ବଦଳି କରାଯାଇଛି।

କେନ୍ଦ୍ରୀୟ ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଛି।

ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳିକୁ ନେଇ ସୁପ୍ରିମକୋର୍ଟଙ୍କ କେଲଜିୟମ୍‌ ଫ୍ରେବ୍ରୁଆରି ୧୨ରେ ସୁପାରିଶ କରିଥିଲେ।

ତେବେ ଏସ୍‌ ମୁରଲୀଧରଙ୍କ ବଦଳିକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ‘‘ରାତି ଅଧରେ ମୁରଲୀଧରଙ୍କ ବଦଳି ଅଶ୍ଚର୍ଯ୍ୟଜନକ ଥିଲା। ସରକାର ନ୍ୟାୟର ମୁହଁ ବନ୍ଦ କରିବାକୁ ଚାହୁଁଛନ୍ତି।’’

Comment