ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଓ ଝିଅ ଇଭାଙ୍କା ଭାରତ ଗସ୍ତ ସାରି ଆମେରିକା ଫେରିଯାଇଛନ୍ତି। ଆମେରରିକା ଫେରିଯିବା ପରେ ଝଅ ଇଭାଙ୍କା ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

୩୮ ବର୍ଷୀୟା ଇଭାଙ୍କା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୬୦ ଲକ୍ଷ ଲୋକ ଫଲୋୟର୍ସ ଅଛନ୍ତି। ଭାରତରୁ ଯିବାପରେ ଇଭାଙ୍କା ତାଙ୍କ ଇନଷ୍ଟାଗ୍ରାମରେ ନିଜର ଏକ ସୁନ୍ଦର ଫଟୋ ଅପଲୋଡ୍‌ କରି ‘ଥାଙ୍କ୍‌ ୟୁ ଇଣ୍ଡିଆ’ ଲେଖିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଇଭାଙ୍କାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଫେବ୍ରୁଆରି ୨୪ରେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାର ଭାରତ ଗସ୍ତରେ ଆସିଥିଲେ। ଏହି ଦୁଇ ଦିନିଆ ଗସ୍ତରେ ଟ୍ରମ୍ପ ଓ ତାଙ୍କ ପରିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment