ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରଖଣ୍ଡରେ ଥିବା ଚାରିଧାମ ମନ୍ଦିରର ଆଳତୀକୁ ଲାଇଭ୍ ଦେଖିବେ ଦର୍ଶକ। ଜିଓ ଟେଲିକମ୍ କମ୍ପାନି ଦର୍ଶକମାନଙ୍କ ପାଇଁ ଏଭଳି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।

ଏହି ବ୍ୟବସ୍ଥାରେ ଦର୍ଶକମାନେ ଘରେ ବସି ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନତ୍ରୀ ମନ୍ଦିର ଆଳତୀକୁ ସିଧାପ୍ରସାରଣରେ ଦେଖିପାରିବେ। ଏନେଇ ବୁଧବାର ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।ପ୍ରତିବର୍ଷ ଉତ୍ତରାଖଣ୍ଡରେ ଥିବା ଏହି ମନ୍ଦିରସବୁକୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ କେତେକ ଶ୍ରଦ୍ଧାଳୁଙ୍କ ଇଚ୍ଛା ଥାଇ ମଧ୍ୟ ସେମାନେ କୌଣସି କାରଣରୁ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ଏହି ସିଧାପ୍ରସାରଣ ସେମାନଙ୍କୁ ଚାରିଧାମ ଯାତ୍ରାର ଅନୁଭୂତି ଦେଇପାରିବ ବୋଲି କୁହାଯାଇଛି।

୨୦୦୮ ମସିହାରେ ଜିଓର ମୁଖ୍ୟ ମୁକେଶ ଅମ୍ବାନୀ ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ସେ ଡିଜିଟାଲ ଜରିଆରେ ଉତ୍ତରାଖଣ୍ଡକୁ ସାରା ଦେଶ ସହିତ ଯୋଡ଼ିବାକୁ କହିଥିଲେ। ଯାହା ଏବେ ସଫଳ ହେବାକ ଯାଉଛି। ଏହି କାମ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଶେଷ ହୋଇଯାଇଛି। ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଜିଓ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here