ଓଡ଼ିଶାଲାଇଭ୍ ବ୍ୟୁରୋ

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ଭତ୍ତା ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ହଷ୍ଟେଲରେ ରହି ପାଠ ପଢୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମାସକୁ ୧୨ଶହ ଟଙ୍କା ବଦଳରେ ୧୭୬୦ ଟଙ୍କା ମିଳିବ। ଏନେଇ ଗୁରୁବାର ରାଜ୍ୟର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ରହି ପାଠ ପଢୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଭତ୍ତା ଟଙ୍କା ବୃଦ୍ଧି କରାଯାଇଛି। ଏଥିସହିତ ହଷ୍ଟେଲରେ ନରହି ପାଠ ପଢୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭତ୍ତାଟଙ୍କା ମାସକୁ ୩୭୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏଥିସହିତ କ୍ରୀଡ଼ା ଉପକରଣ ପାଇଁ ଏଣିକି ଶିକ୍ଷାନୁଷ୍ଠାନକୁ ପ୍ରତି ତିନି ବର୍ଷରେ ଥରେ ୧୦ ହଜାର ଟଙ୍କା ଦିଆଯିବ। ସେହିପରି ଫର୍ଣ୍ଣିଚର ପାଇଁ ୧ ଲକ୍ଷ ଓ କମ୍ପ୍ୟୁଟର ପାଇଁ ୫୦ହଜାର ଟଙ୍କା ଦିଆଯିବ। ଏଥିସହିତ ସ୍ୱତନ୍ତ୍ର ସଫ୍ଟୱୟାର ଉପକରଣ ପାଇଁ ଶିକ୍ଷାନୁଷ୍ଠାନମାନଙ୍କୁ ବର୍ଷକୁ ୬୦ ହଜାର ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

Comment