ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୨୨ ତାରିଖରୁ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ସୈନ୍ୟବାହିନୀ ନିଯୁକ୍ତି ରାଲି। ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରି ୨୨ରୁ ଏପ୍ରିଲ ୬ ଯାଏଁ ପଞ୍ଜୀକରଣ କରିପାରିବେ। କେବଳ ପଞ୍ଜୀକୃତ ପ୍ରାର୍ଥୀମାନେ ହିଁ ରାଲିରେ ସାମିଲ ହୋଇପାରିବେ।

ଏପ୍ରିଲ ୨୨ରୁ ୨୮ ତାରିଖ ଯାଏଁ ରାଉରକେଲାର ଉଦିତ୍‌ନଗର ପଡ଼ିଆରେ ସୈନ୍ୟବାହିନୀ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଏହି ନିଯୁକ୍ତି ରାଲିରେ ଓଡ଼ିଶାର ୧୧ଟି ଜିଲ୍ଲା ଅନୁଗୁଳ, ବଲାଙ୍ଗିର, ବରଗଡ଼, ଢେଙ୍କାନାଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

ପଦବୀ

ସୋଲଜର ଜେନେରାଲ ଡ୍ୟୁଟି

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୪୫ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଦଶମ ପାସ୍‌ କରିଥିବା ଆବଶ୍ୟକ। ସେହିପରି ପ୍ରତି ବିଷୟରେ ଅତି କମ୍‌ରେ ୩୩ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୫୫ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ମ୍ୟାଥ୍‌ ଏବଂ ଇଂରାଜୀରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ ନର୍ସିଂ ଆସିଷ୍ଟାଣ୍ଟ/ ନର୍ସିଂ ଆସିଷ୍ଟାଣ୍ଟ ଭେଟେରେନାରୀ

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୫୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ବାୟୋଲୋଜି ଏବଂ ଇଂରାଜୀରେ ଅତିକମ୍‌ରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର କ୍ଲର୍କ/ ଷ୍ଟୋର କିପର ଟେକ୍ନିକାଲ/ ଇନ୍‌ଭେଣ୍ଟୋରୀ ମ୍ୟାନେଜମେଣ୍ଟ

ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୬୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯେକୌଣସି ବିଭାଗ(ବିଜ୍ଞାନ, ବାଣିଜ୍ୟ, କଳା)ରେ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ। ପ୍ରତ୍ୟେକ ବିଷୟରେ ୫୦ ପ୍ରତିଶତ ମାର୍କ ରହିଥିବ। ସେହିପରି ମ୍ୟାଥ୍‌/ ଆକାଉଣ୍ଟ୍‌ସ/ ବୁକ୍‌ କିପିଂ ବିଷୟ ରହିଥିବା ଦରକାର।

ସୋଲ୍‌ଜର ଟ୍ରେଡ୍‌ସ ମ୍ୟାନ୍‌ (ଦଶମ ପାସ୍‌) – ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ସୋଲ୍‌ଜର ଟ୍ରେଡ୍‌ସ ମ୍ୟାନ୍‌ (ଅଷ୍ଟମ ପାସ୍‌) – ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଚୟନ ପ୍ରକ୍ରିୟା

  • ଫିଜିକାଲ ଫିଟ୍‌ନେସ୍‌ ଟେଷ୍ଟ୍‌
  • ମେଡିକାଲ ଟେଷ୍ଟ୍‌
  • ରିଟେନ୍‌ ଟେଷ୍ଟ

ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ସୈନ୍ୟବାହିନୀର ନିଯୁକ୍ତି ୱେବସାଇଟ୍‌ www.joinindianarmy.nic.inରେ ନାମ ପଞ୍ଜିକରଣ କରିପାରିବେ ପ୍ରାର୍ଥୀ। ଏସମ୍ପର୍କିତ ସବିଶେଷ ସୂଚନା ଏହି ଲିଙ୍କରେ କ୍ଲିକ୍‌ କରି ପାଇପାରିବେ। ଆବେଦନ ସମ୍ପୂର୍ଣ୍ଣ ରୂପେ ମାଗଣା।

Comment