ଓଡ଼ିଶାଲାଇଭ୍‌ ବ୍ୟୁରୋLokaseva Bhawan

ଆଜି ଲୋକସଭା ଭବନରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର ଆୟୋଜକ ରାଜ୍ୟ ଭାବେ ଉପାଧ୍ୟକ୍ଷ ରହିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ଓଡ଼ିଶା ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର , ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ। ଝାଡ଼ଖଣ୍ଡ ମୁଖ୍ୟମୁନ୍ତ୍ରୀଙ୍କ ବଦଳରେ ତାଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ।

ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ। ବିଶେଷ କରି ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣିଗୁଡିକର ପରିଚାଳନା, ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି, ଜଙ୍ଗଲଗତ ମଞ୍ଜୁରୀ, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ ଭଳି ପ୍ରସଙ୍ଗ ଉଠିପାରେ।

ଏହାବ୍ୟତୀତ ଦୁର୍ଗମ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍ଗ୍ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱ ବଣ୍ଟନ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ତାଲିକାଭୁକ୍ତ ହୋଇଛି।

Comment