ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ତୀବ୍ର ବିରୋଧ କରିଛି ରାଜ୍ୟ କଂଗ୍ରେସ। ଶୁକ୍ରବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅମିତ ଶାହ ଓଡ଼ିଶା ଆସିଥିଲା ବେଳେ କଂଗ୍ରେସ ଶାହଙ୍କ ଗସ୍ତକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି।

ଦଳୀୟ ନେତା ଓ କର୍ମୀ କାର୍ଯ୍ୟାଳୟରୁ ବାହାରି ଶୋଭଯାତ୍ରା କରିବା ସହିତ ମାଷ୍ଟରକ୍ୟାଣ୍ଟନ ଛକରେ ଶାହଙ୍କ କୁଶ ପତ୍ତଳିକା  ଦାହ କରିଛନ୍ତି। ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଅମିତ ଶାହଙ୍କୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

‘‘ଦେଶରେ ଯେଉଁଭଳି ଅରାଜକତା ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକାଣ୍ଡରେ ଲୋକ କାନ୍ଦୁଛନ୍ତି। ଏଭଳି ଦଙ୍ଗା ପାଇଁ ବିଜେପି ଦାୟୀ। ସ୍ଥିତି ସମ୍ଭାଳିବାରେ ଗୃହମନ୍ତ୍ରୀ ମଧ୍ୟ ବିଫଳ’’, କହିଛନ୍ତି ଜଣେ କଂଗ୍ରେସ ନେତ୍ରୀ।

ସିଏଏକୁ ବିରୋଧ କରି ଦେଶରେ ଯେଉଁ ହିଂସାକାଣ୍ଡ, ଦଙ୍ଗା ଘଟିଛି ସେଥିପାଇଁ କଂଗ୍ରେସ ଗୃହମନ୍ତ୍ରୀଙ୍କୁ ସିଧାସଳଖ ଭାବେ ଦାୟୀ କରିଛି। ସେଥିପାଇଁ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଏଠାରେ କୌଣସି ଦଙ୍ଗାର ସ୍ଥାନ ନାହିଁ ବୋଲି କଂଗ୍ରେସ କହିଛି।

ଅନ୍ୟପକ୍ଷରେ ଶାହ ଆଜି ଲୋକସେବା ଭବନରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଛନ୍ତି। ଏହାପରେ ସେ ସିଏଏ ସମର୍ଥନ ସମାବେଶରେ ଶାହ ଯୋଗ ଦେବେ।

Comment