ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର୍ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀରେ ୧୧୮ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୪ ତାରିଖ ଯାଏଁ ଆବେଦନ କରିପାରିବେ।
ପଦବୀ ସଂଖ୍ୟା:
- ପ୍ରଫେସର- ୩୦ଟି ପଦବୀ
- ଆସୋସିଏଟ୍ ପ୍ରଫେସର୍- ୪୨ଟି ପଦବୀ
- ଆସିଷ୍ଟାଣ୍ଟ ପ୍ରଫେସର୍- ୪୬ ପଦବୀ
ଶିକ୍ଷାଗତ ଯୋଗ୍ୟତା:
- ପ୍ରଫେସର- ସ୍କଲାର ହେବା ସହ ନିଜ ବିଷୟରେ ପି.ଏଚ୍.ଡି ଡିଗ୍ରୀ ଲାଭ କରିଥିବେ। ଉପରୋକ୍ତ ଯେକୌଣସି ପଦବୀରେ ଅତିକମ୍ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଆସୋସିଏଟ୍ ପ୍ରଫେସର୍- ନିଜ ବିଷୟରେ ପି.ଏଚ୍.ଡି ଡିଗ୍ରୀ ଲାଭ କରିବା ସହ ୫୫% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ଆସୋସିଏଟ୍ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀରେ ଅତିକମ୍ରେ ୮ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
- ଆସିଷ୍ଟାଣ୍ଟ ପ୍ରଫେସର୍- ନିଜ ବିଷୟରେ ୫୫% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ଏନ୍ଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।
- ବୟସ ସୀମା– ୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି
- ଆବେଦନ ପ୍ରକ୍ରିୟା:
- ଆବେଦନକାରୀମାନେ ଆବେଦନ ପତ୍ର ପୂରଣ କରି ସମସ୍ତ ଦରକାରୀ କାଗଜପତ୍ର ସହ ନିମ୍ନଲିଖିତ ଠିକଣାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଡାକ ମାଧ୍ୟମରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।
- ଠିକଣା- ରେଜିଷ୍ଟ୍ରର୍, ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ଵର-୭୫୧୦୦୪
ଆବେଦନ ଶୁଳ୍କ:
- ସାଧାରଣବର୍ଗଙ୍କ ପାଇଁ- ୨୦୦୦ ଟଙ୍କା
- ଏସ୍ସି/ଏସ୍ଟି/ମହିଳା – ୧୦୦୦ ଟଙ୍କା
- ବିଦେଶୀ ପ୍ରାର୍ଥୀ- ୭୧୫୦ ଟଙ୍କା
- ଭିନ୍ନକ୍ଷମଙ୍କ ପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ utkaluniversity.nic.in ଓ୍ଵେବ୍ସାଇଟ୍କୁ ଯାଆନ୍ତୁ।


















