ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ହୋମଗାର୍ଡଙ୍କ ପାଇଁ ଖୁସି ଖବର ଆଣିଲେ ଓଡ଼ିଶା ହାଇକୋର୍ଟ। ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଜାନୁଆରି ୧ରୁ ପିଛିଲା ଭାବେ ଦିନକୁ ୫ଶହ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ପୂର୍ବରୁ ସୁପ୍ରିମକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଓଡ଼ିଶା ଏହାକୁ ଲାଗୁ କରିନଥିଲା। ବର୍ତ୍ତମାନ ଏହାକୁ ମାସକ ମଧ୍ୟରେ ଲାଗୁ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ରେ ହୋମଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଥିଲେ। ସର୍ବନିମ୍ନ ପୋଲିସ କର୍ମଚାରୀଙ୍କ ଦରମା ସହ ସମାନ ଭାବେ ହୋମଗାର୍ଡଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ନିର୍ଦ୍ଦେଶ ୮ଟି ରାଜ୍ୟ ଲାଗୁ କରିଥିଲା ବେଳେ ଓଡ଼ିଶା କରିନଥିଲା। ପରେ ଏହାକୁ ଚ୍ୟାଲେଞ୍ଜ କରି ହୋଇକୋର୍ଟ ଯାଇଥିଲେ ହୋମଗାର୍ଡ।

ହୋମଗାର୍ଡ ସଂଘ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ତ୍ତମାନ ଓଡ଼ିଶାରେ ୧୭ ହଜାର ୬୭୫ ହୋମଗାର୍ଡ ରହିଛନ୍ତି।

Comment