ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୩ରୁ ଯୁକ୍ତ୨ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥର ପରୀକ୍ଷା ଚାଲିଥିବା ସମୟରେ କୌଣସି ପିଲା ବାହାରକୁ ଗଲେ ସେମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇ ଯାଇପାରିବେ ନାହିଁ।

କେବଳ ପରୀକ୍ଷାର୍ଥୀ, କଲେଜ କର୍ମଚାରୀ ଓ ଯେଉଁମାନେ ପରୀକ୍ଷା ଦାୟିତ୍ୱରେ ଥିବେ ସେହିମାନେ ହିଁ ପରୀକ୍ଷା କେନ୍ଦ୍ରକୁ ଯିବେ ସିଏଚ୍‌ଏସ୍ଇ ଅଧ୍ୟକ୍ଷ କହିଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା କରାଯାଇଛି। ସେଣ୍ଟର ସୁପରିଟେଣ୍ଡେଣ୍ଟ, ଅବଜରଭର, ଶିକ୍ଷକ ମଧ୍ୟ ମୋବାଇଲ ନେଇ ଯାଇପାରିବେ ନାହିଁ।

ଛାତ୍ର ଛାତ୍ରୀମାନେ ଦୀର୍ଘ ଉତ୍ତର ଲେଖିବା ସମୟରେ ଅନ୍ୟ କଲମ ବ୍ୟବହାର କରିପାରିବେ। ମାତ୍ର ଯେଉଁଠି ଗୋଲ ବୁଲାଇବାକୁ ଦିଆଯାଇଥିବା ସେଠାରେ କେବଳ ବଲ୍‌ ପଏଣ୍ଟ ପେନ୍‌ ବ୍ୟବହାର କରିବାକୁ କୁହାଯାଇଛି।ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜର ରୋଲ୍‌ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଲେଖିବାକୁ ଅନୁରୋଧ କରାଯାଇଛି। ଏଥିସହିତ ପରୀକ୍ଷାର୍ଥୀ କୌଣସି ସ୍ଥିତିରେ ପରୀକ୍ଷା ଖାତାରୁ କାଗଜ ଚିରିବେ ନାହିଁ।

ସେହିପରି ପରୀକ୍ଷା ଦିନ ସକାଳ ୯ଟା ୩୦ରେ ସେଣ୍ଟର ସୁପରିଟେଣ୍ଡେଣ୍ଟ, ଅବଜରଭର, ଡେପୁଟି ସୁପରିଟେଣ୍ଡେଣ୍ଟ, ଜିଲ୍ଲା ପ୍ରଶାସନ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯିବ। ଏହାପରେ ପ୍ରତି ରୁମ୍‌ରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ।

Comment