ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶାହ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଶାହଙ୍କ ସହିତ ପୂଜାଅର୍ଚ୍ଚନାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଉପସ୍ଥିତ ଥିଲେ।

ଶୁକ୍ରବାର ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଆସିଥିଲେ। ଏକାମ୍ର କ୍ଷେତ୍ର ଲିଙ୍ଗରାଜରେ ଅମିତ ଶାହାଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ଏହାପରେ ମନ୍ଦିର ଭିତରକୁ ଯାଇ ଶାହ ପୂଜା ଅର୍ଚ୍ଚନା କରିଥିଲେ।

ଶାହାଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଲିଙ୍ଗରାଜଙ୍କ ଦର୍ଶନ ପରେ ମଧ୍ୟାହ୍ନରେ ଶାହ ଦିଲ୍ଲୀ ଫେରିଯିବେ।

Comment