ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୃହମନ୍ତ୍ରୀ ଅମିତ ଶାହଙ୍କ ସାମ୍ନାରେ ଧର୍ମେନ୍ଦ୍ର ଶନିବାର ସମ୍‌ ହସ୍ପିଟାଲରେ ଏକ ସଭାରେ ନବୀନଙ୍କୁ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଗୁ ହେଲେ ଓଡ଼ିଶାବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି।

ଶନିବାର ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ‘ସମ୍ମମ୍‌’ ଉଦଘାଟିତ ହୋଇଛି। ଉଦଘାଟନୀ ସମାରୋହରେ ନବୀନ ପଟ୍ଟନାୟକ, ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥଲେ। ଏହି ସଭାରେ ଧର୍ମେନ୍ଦ୍ର ନବୀନଙ୍କୁ ଆୟୁଷ୍ମାନ ଯୋଜନା ପାଇଁ ନିବେଦନ କରିଛନ୍ତି।

Comment