ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦ୍ୱିତୀୟ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିବେ। ଏଥିସହିତ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜଙ୍କୁ ମଧ୍ୟ ଦର୍ଶନ କରିବେ।

ଆଜି ଶାହଙ୍କ ଦ୍ୱିତୀୟ ଦିନରେ ଏହି ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି। ଏଥିସହିତ ଶାହ ନିଜର ଗସ୍ତ ଶେଷ କରିବା ପୂର୍ବରୁ ଭୁବନେଶ୍ୱର ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦଘାଟନୀ ଉତ୍ସବରେ ମଧ୍ୟ ଯୋଗଦେବେ।

ଗତକାଲି ଶାହ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ସହିତ ଜନତା ମଇଦାନରେ ସିଏଏ ସପକ୍ଷରେ ଉଦବୋଧନ ଦେଇଥିଲେ। ଏହାପରେ ହୋଟେଲ ମେ’ ଫେୟାରରେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ରୁଦ୍ଧାଦ୍ୱାରା ବୈଠକ ମଧ୍ୟ କରିଥିଲେ। ଆଜି ଏହି ଦୁଇଟି କାର୍ଯ୍ୟକ୍ରମ ସାରି ଶାହ ପୁଣି ଦିଲ୍ଲୀ ଫେରିଯିବେ।

Comment