ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡକୁ ଫେରିବେ ପ୍ରକୃତି ମିଶ୍ର। କିଛି ଦିନର ବ୍ୟବଧାନ ପରେ ପ୍ରକୃତିଙ୍କ ଅଭିନୀତ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି। ତାଙ୍କ ଆଗ ଫିଲ୍ମର ଟାଇଟଲ ‘ପଗ୍‌ଲୁ’ ରହିଥିବା ଜଣାପଡ଼ିଛି। ଏଥିରେ ପ୍ରକୃତିଙ୍କୁ ‘ପଗଲୁ’ଙ୍କ ପ୍ରେମିକା ଅନୀଷା ଚରିତ୍ରରେ ଦେଖିବେ ଦର୍ଶକ।

ଜଗନ୍ନାଥ ପାଟଯୋଶୀ ମହାପାତ୍ର ଏହାର ପ୍ରଯୋଜନା କରୁଥିଲା ବେଳେ ରାମ ପ୍ରସାଦ ସାମଲ ନିର୍ଦ୍ଦେଶକ ଭାର ସମ୍ଭାଳୁଛନ୍ତି।  ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି।

ଏକ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ତିଆରି ହେଉଛି। ଫିଲ୍ମରେ ମିହିର ଦାସ, ଅପରାଜିତା,  ଦୈତାରି ପଣ୍ଡା ଓ ପପୁ ପମ୍ ପମ୍ଙ୍କ ଭଳି କଳାକାର ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ପୂର୍ବରୁ ପ୍ରକୃତିଙ୍କୁ ଫିଲ୍ମ ଥୁକୁଲ୍ ‘ପ୍ରେମିକା’, ‘ ଓମ୍ ସାଇ ରାମ୍ ’, ‘ ଏସିପି ସାଗରିକା ’, ‘ଓମ୍ -ଆଇ ଆମ୍ ନଟ୍ ଏ ଗଡ୍ ’ ଏବଂ ‘ ମିଠା ମିଠାକୁ ଦେଖିଥିଲେ ଦର୍ଶକ। ତାଙ୍କୁ ହିନ୍ଦୀ ସିରିଏଲ ‘ବେଟି ବିଜନେସ ବାଲି’ ଆଉ ଏକ ରିଆଲିଟି ସୋ’ରେ ଦେଖିଥଲେ ଦର୍ଶକ।

Comment