ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ପାଇଁ କଠୋର ହେଲେ ଭାରତ ସରକାର। କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ କଡ଼ା ଯାଞ୍ଚ କରାଯିବ। ଏକାଧିକ ଦେଶର ଯାତ୍ରୀଙ୍କୁ ସ୍କ୍ରିନିଂ ଟେଷ୍ଟ କରାଯିବ। ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ସ୍କ୍ରିନିଂ ଟେଷ୍ଟ କରାଯିବ। ଏହାସହ ଯାତ୍ରୀମାନେ ଆତ୍ମଘୋଷିତ ପତ୍ର ମଧ୍ୟ ଦାଖଲ କରିବେ। ଏନେଇ ସବୁ ଏୟାପୋର୍ଟକୁ ସର୍କୁଲାର ଜାରି କରିଛି ବିମାନ ଚଳାଚଳ ମନ୍ତ୍ରାଳୟ।

ଇରାନ, ଇଟାଲି, ଚୀନ୍‌, ହଂକଂ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ସିଙ୍ଗାପୁର, ନେପାଳ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ। କୌଣସି ଯାତ୍ରୀଙ୍କ ପାଖରେ କରୋନା ଭାଇରସ୍‌ ଚିହ୍ନଟ ହେବା ପରେ ତାଙ୍କୁ ସ୍ଵତନ୍ତ୍ର ଚିକିତ୍ସା ପ୍ରଦାନ କରାଯିବ।

କୋରୋନା ଭାଇରସ ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ଭାରତର ଦୁଇ ଜଣ ଲୋକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଦିଲ୍ଲୀର ହୋଇଥିବା ବେଳେ ଜଣେ ଅନ୍ୟ ଜଣେ ବ୍ୟକ୍ତି ତେଲେଙ୍ଗାନାର ବୋଲି ଜଣାପଡ଼ିଛି।

କରୋନାରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ବ୍ୟକ୍ତି ଜଣଙ୍କ ନିକଟରେ ଇଟାଲି ଯାଇଥିଲେ। ସେହିପରି ତେଲେଙ୍ଗାନାର ରୋଗୀ ଜଣଙ୍କ ଦୁବାଇ ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟ ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇଥିଲେ। ପରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଚୀନ୍‌ରୁ ବ୍ୟାପି ଥିବା କୋରୋନା ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ଵରେ ପ୍ରାୟ ୮୯ ହଜାର ଲୋକଙ୍କୁ ଧରିଥିବାବେଳେ ଏଥିରୁ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Comment