ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଜନ୍ମଦିନ। ୩୦ ବର୍ଷରେ ପାଦ ଥାପିଛନ୍ତି ଟାଇଗର। ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ଏବଂ ଆୟେଶା ଶ୍ରଫଙ୍କ ପୁଅ ଟାଇଗର ଅଳ୍ପ ବୟସରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ନୃତ୍ୟ ଓ ଆକ୍ସନ ଶୈଳୀ ବଲିଉଡର ଅନେକ ବଡ଼ ବଡ଼ କଳାକାରଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଆଜି ଟାଇଗର ତାଙ୍କ ୩୦ ଜନ୍ମଦିନ ପାଳନ କରୁଛନ୍ତି।

ଟାଇଗର ହୁଏତ ଚଳଚ୍ଚିତ୍ରରେ ମଜା କରୁଥିବା ପରି ଦେଖାଯାଏ କିନ୍ତୁ ବାସ୍ତବ ଜୀବନରେ ସେ ସମ୍ପୂର୍ଣ୍ଣ ଶାନ୍ତ ରହିବାକୁ ପସନ୍ଦ କରନ୍ତି। ଟାଇଗର ଶ୍ରଫଙ୍କ ପ୍ରକୃତ ନାଁ ହେଉଛି ହେମାନ୍ତ ଶ୍ରଫ। ପିଲା ବେଳେ ସେ ତାଙ୍କ ସାଙ୍ଗ ସାଥିଙ୍କୁ କାମୁଡ଼ା ଆମ୍ପୁଡ଼ା କରୁଥିଲେ ସେଥିପାଇଁ ତାଙ୍କ ନାଁ ଟାଇଗର ରଖି ଦେଇଥିଲେ।

ଟାଇଗର ଶ୍ରଫ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଟାଇଗର ୨୦୧୪ରେ ସାଜିଦ ନାଦିଆଡୱାଲାଙ୍କ ଫିଲ୍ମ ହେରୋପନ୍ତିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଟାଇଗର ଡ୍ୟାନ୍ସ କରିବାରେ ବେଶ ଆଗ୍ରହୀ ଥିଲେ। ମଦ୍ୟପାନ କି ସିଗାରେଟ ପିଇବା ଭଳି ଖରାପ ଅଭ୍ୟାସ ମଧ୍ୟ ତାଙ୍କର ନାହିଁ।

Comment