ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ମାଟ୍ରିକ୍‌ ପରୀକ୍ଷା। ମାର୍ଚ୍ଚ ୧୮ରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବ। ପ୍ରାୟ ୧୫ ହଜାର ଶିକ୍ଷକ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ କରିବେ।

ନୂତନ ପଦ୍ଧତିରେ ପରୀକ୍ଷା କରାଯାଇଥିବାରୁ ଖାତା ମୂଲ୍ୟାୟନ କରିବାରେ ସମୟ ଲାଗିପାରେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ମୂଲ୍ୟାୟନକୁ ନିର୍ଭୁଲ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ରାମାଶିଷ କହିଛନ୍ତି।

ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍‌ ପରୀକ୍ଷା। ମୋଟ୍‌ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ଚଳିତବର୍ଷ ପରୀକ୍ଷା ଦେଇଥିଲେ। ୨ହଜାର ୮୮୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା।

Comment