ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ଅଗ୍ରଣୀ ମୋବାଇଲ କମ୍ପାନି ୱାନପ୍ଲସ ନିଜ ଗ୍ରାହକମାନଙ୍କୁ ଆଉ ଏକ ନୂଆ ଭେଟି ଦେବାକୁ ଯାଉଛି। କମ୍ପାନି ମାର୍ଚ୍ଚ ୩ ତାରିଖରେ କନସେପ୍ଟ ୱାନ୍ ସିରିଜର ଆଉ ଏକ ଫୋନ ଲଞ୍ଚ୍ କରିବ। ଏନେଇ କମ୍ପାନି ପକ୍ଷରୁ ଏକ ଟୁଇଟରରେ ଏକ ଭିଡିଓ ସେଆର କରି ସୂଚନା ଦିଆଯାଇଛି।

ଚଳିତ ବର୍ଷ ଆରମ୍ଭରୁ  ୱାନପ୍ଲସ କମ୍ପାନି ‘ସିଇଏସ୍-୨୦୨୦’ କାର୍ଯ୍ୟକ୍ରମରେ ଏହାର ପ୍ରଥମ କନସେପ୍ଟ ୱାନ୍ ଫୋନ୍ ଲଞ୍ଚ କରିଥିଲା। ଏବେ କମ୍ପାନି ପୁଣିଥରେ ଏହି କନସେପ୍ଟ ସିରିଜର ଫୋନ୍ ଲଞ୍ଚ କରିବାକୁ ଯାଉଛି।

ଣ ରହିବ ଫିଚର୍ସ?

ଏହି ଫୋନରେ ଗାୟବ ହେଲା ଭଳି ଟ୍ରିପଲ କ୍ୟାମେରା ସେଟଅପ୍ ରହିବ।। ଏହି ଫିଚରକୁ କମ୍ପାନୀ ପକ୍ଷରୁ invisible camera ଡିଜାଇନ ବୋଲି କୁହାଯାଇଛି। ଏହି ଫିଚରକୁ ଅଟୋମୋବାଇଲ କମ୍ପାନୀ ମ୍ୟାକ୍ଲାରେନର ସହାୟତାରେ ନିର୍ମାଣ କରାଯାଇଛି। ଏଥିସହିତ ଏହି ଫୋନ୍ ୫ଜି ସିମ୍ ମଧ୍ୟ ବ୍ୟବହାର କରାଯାଇପାରିବ।

କେମିତି ଗାଏବ ହେବ କ୍ୟାମେରା?

ୱାନପ୍ଲସ କନ୍ସସେପ୍ଟ ୱାନର ଆଗାମୀ ଫୋନରେ କଲର ସିଫ୍ଟିଂ ଗ୍ଲାସ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଏହି ଟେକ୍ନୋଲୋଜି ଦ୍ୱାରା କ୍ୟାମେରାକୁ ସଲିଡ ବ୍ଲାକରେ ପରିବର୍ତ୍ତନ କରାଯାଇପାରିବ, ଫଳରେ ଏହାଦ୍ୱାରା କ୍ୟାମେରା ଫୋନରେ ଲୁଚିଯିବ। ଏହି ସମସ୍ତ ପ୍ରକ୍ରିୟା ପାଇଁ ଫୋନକୁ ମାତ୍ର ୦.୭ ସେକେଣ୍ଡରୁ କମ ସମୟ ଲାଗିବ ବୋଲି କୁହାଯାଇଛି।

ଏହି ଟେକ୍ନୋଲୋଜି ମୁଖ୍ୟତଃ କାର୍ ଓ ପ୍ଲେନରେ ବ୍ୟବହାର କରାଯାଇଥାଏ। ପ୍ରଥମ କରି ଏହାକୁ ସ୍ମାର୍ଟଫୋନରେ ବ୍ୟବହାର କରାଯାଇଛି। ତେବେ ଏହି ଫୋନଟି ଗ୍ରାହକଙ୍କୁ କେତେ ପସନ୍ଦ ଆସିବ ତାହା ଫୋନ ଲଞ୍ଚ୍ ହେବା ପରେ ହିଁ ଜଣାପଡ଼ିବ।

Comment